କଙ୍ଗନାଙ୍କୁ ଆଉ ଏକ ବଡ଼ ଝଟକା ଦେଲା ବିଏମସି ! ଅଫିସ ପରେ ଘର ପାଇଁ ବି ନୋଟିସ
Advertisement
trendingNow1746831

କଙ୍ଗନାଙ୍କୁ ଆଉ ଏକ ବଡ଼ ଝଟକା ଦେଲା ବିଏମସି ! ଅଫିସ ପରେ ଘର ପାଇଁ ବି ନୋଟିସ

ବିଏମସି (BMC) କହିଛି ଯେ କଙ୍ଗନା (Kangana Ranaut) ଙ୍କ କାର୍ଯ୍ୟାଳୟ ଅପେକ୍ଷା ବିଏମସି ନିୟମ (BMC Rules) ତାଙ୍କ ଘରେ ଅଧିକ ଉଲ୍ଲଂଘନ କରାଯାଇଛି ।

କଙ୍ଗନାଙ୍କୁ ଆଉ ଏକ ବଡ଼ ଝଟକା ଦେଲା ବିଏମସି ! ଅଫିସ ପରେ ଘର ପାଇଁ ବି ନୋଟିସ

ମୁମ୍ବାଇ: ବିଗତ କିଛି ଦିନ ଧରି କଙ୍ଗନା ରାନାୱତ (Kangana Ranaut) ଓ ମହାରାଷ୍ଟ୍ର ସରକାର (Maharashtra Govt) ଙ୍କ ମଧ୍ୟରେ ବିବାଦ ଜାରି ରହିଛି । ଅନ୍ୟପକ୍ଷେ କଙ୍ଗନାଙ୍କୁ ଅତିଶୀଘ୍ର ବିଏମସି (BMC) ରୁ ଆଉ ଏକ ଝଟକା ମିଳିପାରେ । ଏହାପୂର୍ବରୁ ବିଏମସି (BMC) କଙ୍ଗନାଙ୍କ ପାଲି ହିଲ କାର୍ଯ୍ୟାଳୟରେ କରାଯାଇଥିବା ଅବୈଧ ନିର୍ମାଣ ଉପରେ ବୁଲଡୋଜର ଚଳାଇଥିଲା । ଏହା ପରେ ମୁମ୍ବାଇର ଖାରସ୍ଥିତ କଙ୍ଗନାଙ୍କ (ଫ୍ଲାଟ) ଘର ଭିତରେ ହୋଇଥିବା ବେଆଇନ ନିର୍ମାଣ ସମ୍ପର୍କରେ ବିଏମସି ଏକ ନୋଟିସ ପଠାଇଛି ।

ଅଧିକ ପଢ଼ନ୍ତୁ:-କଙ୍ଗନା ବିବାଦରୁ ଶିବସେନାକୁ ମିଳିବ ଏହି ୪ଟି ଲାଭ !

ବିଏମସି (BMC) କହିଛି ଯେ କଙ୍ଗନା (Kangana Ranaut) ଙ୍କ କାର୍ଯ୍ୟାଳୟ ଅପେକ୍ଷା ବିଏମସି ନିୟମ (BMC Rules) ତାଙ୍କ ଘରେ ଅଧିକ ଉଲ୍ଲଂଘନ କରାଯାଇଛି । ବର୍ତ୍ତମାନ କଙ୍ଗନାଙ୍କ ଘର ଭିତରର ବେଆଇନ ନିର୍ମାଣ ମାମଲା କୋର୍ଟରେ ଅଛି । ଯାହା ସେପ୍ଟେମ୍ବର ୨୫ରେ ଶୁଣାଣି ହେବ । କଙ୍ଗନା ମୁମ୍ବାଇର ଖାର ୱେଷ୍ଟ ୧୬ ନମ୍ବର ରାସ୍ତାରେ ଥିବା ଡିବି ବ୍ରେଜ୍ (Orchid Breeze) ର ପଞ୍ଚମ ମହଲାରେ ରୁହନ୍ତି । ଏହି ବିଲ୍ଡିଂରେ କଙ୍ଗନାଙ୍କ ମୋଟ ୩ଟି ଫ୍ଲାଟ ଅଛି, ସେଥିମଧ୍ୟରୁ ଗୋଟିଏ ଫ୍ଲାଟ 797 ବର୍ଗଫୁଟ + ଦ୍ୱିତୀୟ ଫ୍ଲାଟ 711 ବର୍ଗଫୁଟ ଏବଂ ତୃତୀୟ ଫ୍ଲାଟ 459 ବର୍ଗଫୁଟର ରହିଛି । ଏହି ତିନୋଟି ଫ୍ଲାଟ ୮ ମାର୍ଚ୍ଚ ୨୦୧୩ରେ କଙ୍ଗନାଙ୍କ ନାମରେ ପଞ୍ଜିକୃତ ହୋଇଛି । ବିଏମସି କହିଛି ଯେ, କଙ୍ଗନାଙ୍କ ଫ୍ଲାଟ ନିଆଯିବାର ପାଞ୍ଚ ବର୍ଷ ପରେ ୧୩ ମାର୍ଚ୍ଚ ୨୦୧୮ରେ ଏହି ଫ୍ଲାଟଗୁଡିକ ଭିତରେ ବେଆଇନ ନିର୍ମାଣର ଅଭିଯୋଗ ସାମ୍ନାକୁ ଆସିଥିଲା ।

ଅଧିକ ପଢ଼ନ୍ତୁ:-'ଭାରତ ଆମର ଶତ୍ରୁ କିନ୍ତୁ ବିରାଟ ଓ ରୋହିତଙ୍କ ସମାଲୋଚନା କରିପାରିବି ନାହିଁ'

ଅଭିଯୋଗ ପରେ ୨୬ ମାର୍ଚ୍ଚ ୨୦୧୮ରେ କଙ୍ଗନାଙ୍କ ଫ୍ଲାଟଗୁଡିକ ଯାଞ୍ଚ କରାଯାଇଥିଲା । ଆଉ ସେହି ଦିନ ବିଏମସି ଅନାଧିକୃତ ନିର୍ମାଣ ପାଇଁ ଏମଆରଟିପି ଆକ୍ଟର 53/1 ଅନୁଯାୟୀ କଙ୍ଗନାକୁ ଯାଇଥିଲା (BMC under 53/1 of MRTP act for unauthorized construction beyond plan) ନୋଟିସ ପଠାଇଥିଲା । ଯାହା ୨୭ ମାର୍ଚ୍ଚ ୨୦୧୪ରେ ବିଏମସି ଦ୍ୱାରା ଅନୁମୋଦିତ ହୋଇଥିଲା ।

ଅଧିକ ପଢ଼ନ୍ତୁ:-କୋରୋନା ମୁକାବିଲାରେ ସାରା ଦୁନିଆ ପାଇଁ ଉଦାହରଣ ପାଲଟିଲା ପାକିସ୍ତାନ, ଭୁରି ଭୁରି ପ୍ରଶଂସା କଲା WHO

 

ପ୍ରାରମ୍ଭିକ ଜବାବ ପରେ କଙ୍ଗନା ରାନାୱତ ୨୨ ମେ ୨୦୧୮ରେ ସିଭିଲ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ବର୍ତ୍ତମାନ ମାମଲା କୋର୍ଟରେ ଅଛି ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଏମସି କୋର୍ଟକୁ ଅନୁରୋଧ କରିଛି । ମାମଲାର ପରବର୍ତ୍ତୀ ଶୁଣାଣି ୨୫ ସେପ୍ଟେମ୍ବର ୨୦୨୦ରେ ହେବ ।

Trending news